କନକ ବ୍ୟୁରୋ: ଭୁବନେଶ୍ୱରରେ ଚୋରି, ବ୍ରହ୍ମପୁରରେ ଠାବ । ଗତ ୧୩ ତାରିଖରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଚୋରି ବସ ଉଦ୍ଧାର ହୋଇଛି ବ୍ରହ୍ମପୁରରୁ । ବସଟି ବ୍ରହ୍ମପୁରର ଏକ ଜାଗାରେ ପାର୍କିଂ ହୋଇ ରହିଛି । ତେବେ ଏହି ବସ ବ୍ରହ୍ମପୁରର କେଉଁ ଜାଗାରେ ଅଛି ଓ କିଏ ଚୋରୀ କରିଥିଲା ତାହା ବ୍ରହ୍ମପୁର ପୁଲିସ ସ୍ପଷ୍ଟ କରିବ । ବରମୁଣ୍ଡା ବସଷ୍ଟାଣ୍ଡ ପାଖ ଏକ ପେଟ୍ରୋଲ ପମ୍ପରୁ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।ଦାସ ନାମକ ଏକ ଯାତ୍ରୀବାହୀ ବସ୍ ବରମୁଣ୍ଡ ବସଷ୍ଟାଣ୍ଡରୁ ଚୋରି ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ବସ୍ ମାଲିକ କେଦାର ଦାସ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Follow Us