ଭୁବନେଶ୍ୱରରେ ଚୋରି, ବ୍ରହ୍ମପୁରରେ ଠାବ ! ବରମୁଣ୍ଡା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ବସ୍ ବ୍ରହ୍ମପୁରରୁ ଉଦ୍ଧାର । କିଏ ଚୋରି କରିଥିଲା ପୋଲିସ କରିବ ସ୍ପଷ୍ଟ

୧୩ ତାରିଖରେ ବସ୍ଷ୍ଟାଣ୍ଡ ପେଟ୍ରୋଲ ପମ୍ପ ନିକଟରୁ ବସ୍ ଚୋରୀ କରିଥିଲେ ଦୁବୃର୍ତ

260

କନକ ବ୍ୟୁରୋ: ଭୁବନେଶ୍ୱରରେ ଚୋରି, ବ୍ରହ୍ମପୁରରେ ଠାବ । ଗତ ୧୩ ତାରିଖରେ  ବରମୁଣ୍ଡା ବସଷ୍ଟାଣ୍ଡରୁ ଚୋରି ବସ ଉଦ୍ଧାର ହୋଇଛି ବ୍ରହ୍ମପୁରରୁ ।  ବସଟି ବ୍ରହ୍ମପୁରର ଏକ ଜାଗାରେ ପାର୍କିଂ ହୋଇ ରହିଛି । ତେବେ ଏହି ବସ ବ୍ରହ୍ମପୁରର କେଉଁ ଜାଗାରେ ଅଛି ଓ କିଏ ଚୋରୀ କରିଥିଲା ତାହା ବ୍ରହ୍ମପୁର ପୁଲିସ ସ୍ପଷ୍ଟ କରିବ । ବରମୁଣ୍ଡା ବସଷ୍ଟାଣ୍ଡ ପାଖ ଏକ ପେଟ୍ରୋଲ ପମ୍ପରୁ  ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।ଦାସ ନାମକ ଏକ ଯାତ୍ରୀବାହୀ ବସ୍ ବରମୁଣ୍ଡ ବସଷ୍ଟାଣ୍ଡରୁ ଚୋରି ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ବସ୍ ମାଲିକ କେଦାର ଦାସ ।

Comments are closed.