କନକ ବ୍ୟୁରୋ : ମହାନଦୀ ବ୍ରିଜ୍ ଉପରେ ଯାତ୍ରାବାହୀ ଦୁର୍ଘଟଣାଗ୍ରସ୍ତ । ବସଟି ବ୍ରିଜ୍ ତଳକୁ ବିପଦଜନକ ଅବସ୍ଥାରେ ଓହଳି ରହିିଛି । ଅନଗୁଳରୁ ଭୁବନେଶ୍ୱର ଯାଉଥିବା ବସଟି ଜାତମୁଣ୍ଡିଆ ବ୍ରିଜ୍ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୦ରୁ ଅଧିକ ଯାତ୍ରାୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଚିଫ୍ ଫାୟାର ଅଫିସର କହିଛନ୍ତି ସ୍ଥାନୀୟ ତମପଡ଼ା ଫାୟାର ଷ୍ଟେସନର ଗୋଟିଏ ଟିମ୍ ସେଠାରେ ଅଛନ୍ତି । ଅଧା ଝୁଲା ବସଟିକୁ କିଭଳି କଢ଼ାଯାଇ ପାରିବ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ବାଙ୍କୀ ଜାତମୁଣ୍ଡିଆ ମହାନଦୀ ବ୍ରିଜରେ ଦୁର୍ଘଟଣା : ପୋଲକୁ ପିଟି ହୋଇ ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍
/kanak/media/post_attachments/wp-content/uploads/2023/10/10-1.jpg)