ଆଜି ଶ୍ରୀକ୍ଷେତ୍ରକୁ ଗଡିବନି ଗାଡି! ପୁରୀ ଏବଂ ପୁରୀ ବାହାରକୁ ସମସ୍ତ ବସ ଚଳାଚଳ ଠପ୍ । ଜାଣନ୍ତୁ କାହିଁକି

630

କନକ ବ୍ୟୁରୋ: ଆଜି ପୁରୀକୁ ବସ ଚଳାଚଳ ବନ୍ଦ ରହିଛି । ପୁରୀ-କୋଣାର୍କ, ପୁରୀ- ଭୁବନେଶ୍ୱର, ପୁରୀ-ସାତପଡା ଓ ଅନ୍ୟ ରୁଟକୁ ପୁରୀରୁ ସମସ୍ତ ବସ ଚଳାଚଳ ଠପ୍ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ପୁରୀକୁ ପ୍ରତିଦିନ ଚଳାଚଳ କରୁଥିବା ପ୍ରାୟ ୨ଶହ ବସ ଓ ଏଥିରେ କାମ କରୁଥିବା ୮ଶହ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗତ ଜାନୁଆରୀ ୩୦ ତାରିଖରେ ପୁରୀ-କୌଣାର୍କ ମେରାଇନ ଡ୍ରାଇଭରେ ଦୁଇଟି ବସ ମଧ୍ୟରେ ଧକ୍କା ହୋଇଥିଲା ।

Source:Bihar News Hindi

ଏଥିରେ ଷୋଳପୁଅ ମାଆ ବସ ଡ୍ରାଇଭର ଅର୍ଜୁନ ମହାକୁଡଙ୍କୁ ଅନ୍ୟ ବସର ଯାତ୍ରୀମାନେ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଥିଲା । ବସର ହେଲପର ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା । ତେବେ ଏହି ଘଟଣାକୁ ପୋଲିସ ଚପାଇ ଦେଉଥିବା ଅଭିଯୋଗ କରି ଆନ୍ଦୋଳନ ଡାକରା ଦେଇଛି ନୀଳଗିରି ମାର୍କେଟ କର୍ମଚାରୀ ସଂଘ । ଫଳରେ ଆଜି ପୁରୀକୁ ଓ ପୁରୀରୁ ବାହାରକୁ ସମସ୍ତ ବସ ଚଳାଚଳ ବନ୍ଦ ହୋଇଯାଇଛି ।