କନକ ବ୍ୟୁରୋ : ‘ଲକ୍ଷ୍ମୀ’ଯୋଜନାକୁ ବିରୋଧ କରି ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ରହିବ । ମାଲକାନଗିରି ଜିଲ୍ଲା ଘରୋଇ ବସ ମାଲିକ ସଂଘ ଏହି ଯୋଜନାକୁ ସମର୍ଥନ କରୁଥିବା ବେଳେ ବନ୍ଦରେ ସାମିଲ ହେବ ବୋଲି ଘୋଷଣା କରିଛି । ଅର୍ଥାତ ମାଲକାନଗିରି ସମେତ କୋରାପୁଟ, ନବରଙ୍ଗପୁର, ରାୟଗଡା ଜିଲ୍ଲାରେ ଆସନ୍ତା କାଲି ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରହିବା ନେଇ ସୂଚନାଦେଇଛି ମାଲକାନଗିରି ଘରୋଇ ବସ ମାଲିକ ସଂଘ ।

Kanak News is now on WhatsApp
Join and get latest news updates delivered to you via WhatsApp
ବାହାର ଜିଲ୍ଲାରୁ କୌଣସି ବେସରକାରୀ ବସ କୋରାପୁଟ, ମାଲକାନଗିରି, ଜୟପୁର ଓ ନବରଙ୍ଗପୁରକୁ ଆସିବ ନାହିଁ । ‘ଲକ୍ଷ୍ମୀ’ଯୋଜନା କୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଡାକରା ଦେଇଛି । ଗୁରବାର ପରିବହନ କମିଶନର ବସ ମାଲିକଙ୍କୁ ଡାକି ଆଲୋଚନା କରିଥିଲେ ବି ବସ ମାଲିକ ଆନ୍ଦୋଳନ କରିବା ଜିଦରେ ଅଟଳ ଅଛନ୍ତି । ଘରୋଇ ବସ ମାଲିକଙ୍କ କହିବା କଥା ହେଲା, ନୂଆ ବସ ଅଣାନଯାଇ ଘରୋଇ ବସକୁ ‘ଲକ୍ଷ୍ମୀ’ ଯୋଜନାରେ ଲିଜରେ ନେଇ ସରକାର ଚଳାନ୍ତୁ ।
‘ଲକ୍ଷ୍ମୀ’ ବସ ଚାଲିବାକୁ ଥିବା ଅଞ୍ଚଳରେ ସମୟ ନିର୍ଘଣ୍ଟ ସ୍ଥିର ହେଉ । ଏ ନେଇ ସମ୍ପୃକ୍ତ ଅଞ୍ଚଳର ଆରଟିଓ ଓ ଆଞ୍ଚଳିକ ସଂଘ ପ୍ରତିନିଧିଙ୍କ ସହ ଆଲୋଚନା ହେଉ । ସେପଟେ ୨୭ ତାରିଖରେ ପରିବହନ କମିଶନର ଏକ ଚିଠି କରିଛନ୍ତି । ଏଥିରେ ସମ୍ପୃକ୍ତ ଅଞ୍ଚଳର ଆରଟିଓ ସ୍ଥାନୀୟ ବସ ସଂଘ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ବସ ଓ ‘ଲକ୍ଷ୍ମୀ’ ବସ ଚଳାଚଳ ଯେଭଳି ଅଲଗା ରହେ ସେ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।