କନକ ବ୍ୟୁରୋ: ଆସନ୍ତା ଅକ୍ଟୋବର ୧୦ ତାରିଖରୁ ସାରା ରାଜ୍ୟରେ ବସ୍ ଧର୍ମଘଟ । ସକାଳ ୬ଟାରୁ ଗଡିବ ନାହିଁ ବୋଲି କୌଣସି ବସ । ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ବୋଲି ଅଲ ଓଡିଶା ବସ୍ ମାଲିକ ସଂଘର ସାଧାରଣ ବୈଠକରେ ନିଷ୍ପତ୍ତି ହେଇଛି। ଗତ ୨୭ତାରିଖରେ ମଧ୍ୟ ବୈଠକରେ ବନ୍ଦ କରିବାକୁ ନେଇ ନିଷ୍ପତ୍ତି ନେଇଥିଲେ। ହେଲେ ସରକାର ଆଲୋଚନାକୁ ଡାକିଲେ ନାହିଁ କି ଦିଆଯାଇଥିବା ସ୍ମାରକ ପତ୍ର ମୁତାବକ କୌଣସି ଦାବି ସରକାର ମାନିଲେ ନାହିଁ। ତେଣୁ ଦାବି ପୂରଣ ନହେବା ପର୍ୟ୍ୟନ୍ତ ସ୍କୁଲ, କଲେଜ, ଟୁର ଟ୍ରାଭେଲ ବସ ସହ ଘରୋଇ ବସ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ସାରା ରାଜ୍ୟରେ ୧୦ ତାରିଖରୁ ବସ ଧର୍ମଘଟ । ସକାଳ ୬ଟାରୁ ଆରମ୍ଭ ହେବ ବସ୍ ଧର୍ମଘଟ । ବିଭିନ୍ନ ସଂଘ ସହ ଆଲୋଚନା ପରେ ନିଷ୍ପତ୍ତି
Advertisment
Follow Us