କନକ ବ୍ୟୁରୋ: ଗ୍ରୀନ ଜୋନକୁ ଗ୍ରୀନ୍ ସିଗନାଲ୍ । ଗ୍ରୀନ ଜୋନରେ ଗଡିବ ବସ୍ । ଯେଉଁ ଜିଲ୍ଲା ଗ୍ରୀନ ଜୋନରେ ରହିଛି ସେଠାରେ ବସ ଚଳାଚଳ କରି ପାରିବ । ତେବେ ଆନ୍ତ ଜିଲ୍ଲା ମଧ୍ୟରେ ବସ ଗୁଡିକ ଚଳାଚଳା କରିପାରିବ ।

Advertisment

ତେବେ ବସ ଗୁଡିକ ଗ୍ରୀନରୁ ଗ୍ରୀନ ଜୋନ ମଧ୍ୟରେ ଚଳାଚଳ କରିବ । ଗ୍ରୀନ ଜୋନରୁ ଅନ୍ୟ ଗ୍ରୀନ ଜୋନକୁ ଯିବାବେଳେ ଯଦି ଅରେଞ୍ଜ ଜୋନ୍ କିମ୍ବା ରେଡ୍ ଜୋନ୍ ପଡେ ତେବେ ବସ ଯାଇପାରିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଥିବା କହିଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ ଜେନା ।

ସେପଟେ ତୃତୀୟ ପର୍ୟ୍ୟାୟ ଲକଡାଉନ ବେଳେ ଗ୍ରୀନ ଜୋନରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତିକୁ ରାଜ୍ୟ ବସ୍ ମାଲିକ ସଂଘ ଗ୍ରହଣ କରିବାକୁ ମନା କରିଛି । ୫୦ ପ୍ରତିଶତ ଯାତ୍ରୀରେ ଅନେକ କ୍ଷତି ସହିବାକୁ ପଡ଼ି ବୋଲି ସେମାନେ କହିଛନ୍ତି । ଆଉ ଏବେ ଗ୍ରୀନ ଜୋନରେ ବସ ଚଳାଚଳ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ।