କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁ ଦୁଇ ମାସ ରୁ ଅଧିକ ସମୟ ଧରି ଠପ ପଡି ଥିଲା ଯାତ୍ରୀ ବାହୀ ବସ ସେବା । ତେବେ ଅନଲକ୍ ୧.୦ ଆରମ୍ଭ ହେବା ପରେ ଉଭୟ ଘରୋଇ ଓ ସରକାରୀ ବସ ଚଳାଚଳ ଲାଗି ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ତେବେ ମାଲକାନଗିରି ଜିଲ୍ଲାରେ କିନ୍ତୁ ଏ ଯାଏଁ ଘରୋଇ ବସ ଓ ସରକାରୀ ବସ ଚଳାଚଳ ସ୍ୱାଭାବିକ ହୋଇ ପାରି ନାହିଁ ।
କାଁ ଭାଁ କିଛି ସ୍ୱଳ୍ପ ଦୁରଗାମୀ ବେସରକାରୀ ବସ ୨ ରୁ ୩ ଦିନ ଚଳାଚଳ କରି ଯାତ୍ରୀ ଅଭାବ ଯୋଗୁ ବନ୍ଧ କରା ଯାଇଥିବା ଜଣା ପଡିଛି । ସେହିପରି ଓଏସଆରଟିସି ମାଲକାନଗିରି ଡିପୋର କେବଳ ଗୋଟିଏ ବସ ଆଜିଠାରୁ ଚଳ ପ୍ରଚଳ ଆରମ୍ଭ କରି ଥିବା ବେଳେ ଅନ୍ୟ ସମସ୍ତ ସରକାରୀ ବସ ଏବେ ଯାତ୍ରୀ ଅଭାବ ଦର୍ଶାଇ ବସଷ୍ଟାଣ୍ଡରେ ଛିଡା କରି ରଖିଛନ୍ତି ଓଏସଆରଟିିସି କର୍ତୃପକ୍ଷ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/14-9.jpg)