ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଟ୍ରକ୍-ବସ୍ ଦୁର୍ଘଟଣା : ୭ ମୃତ, ୩୪ ଆହତ

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଟ୍ରକ୍-ବସ୍ ଦୁର୍ଘଟଣା : ୭ ମୃତ, ୩୪ ଆହତ

source : ANI

ଉତ୍ତରପ୍ରଦେଶ ଅନ୍ତର୍ଗତ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଅଭାବନୀୟ ଘଟଣା । ଟ୍ରକ୍ ଓ ବସ ମୁହାଁମୁହିଁ ଧକ୍କା ହେବାରୁ ୭ଜଣଙ୍କ ମୃତ୍ୟୁ ଓ ୩୪ ଆହତ ହୋଇଛନ୍ତି । ଘଟଣାଟି ଉତ୍ତର ପ୍ରଦେଶର ମୈନପୁରୀ ପାଖରେ ଘଟିଛି ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ମୈନପୁରୀ ପାଖରେ ଏକ ବସ ଟ୍ରକ୍ ସହ ଧକ୍କା ହୋଇଥିଲା । ଏହି କାରଣରୁ ୭ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ଓ ୩୪ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଭୀଷଣ ଥିଲା କି, ବସର ଆଗ ପଟ ଭାଙ୍ଗିଯାଇଛି । ରାସ୍ତାରେ ଆହତଙ୍କ କାନ୍ଦ ବୋବାଳି ନଜର ଆସିଥିଲା । ବସ୍ ନିୟନ୍ତ୍ରଣ ହରାଇ ଟ୍ରକ୍ ସହ ଧକ୍କା ଖାଇଥିଲା ବୋଲି କୁହାଯାଉଛି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ସୈଫଇ, ପିଜିଆଇକୁ ପଠାଯାଇଛି। ମୃତ୍ୟୁସଂଖ୍ୟା ବଢ଼ିବାର ସମ୍ଭାବନା ଅଛି। ଭଙ୍ଗାରୁଜା ଅଂଶକୁ କାଟିବା ପରେ ବସ୍ ଭିତରେ ଅଟକି ରହିଯାଇଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଛି। ଘରୋଇ ବସଟି ଦିଲ୍ଲୀରୁ ଉତ୍ତରପ୍ରଦେଶର ବନାରସ ଯାଉଥିଲା। ରିଲିଫ୍ କାର୍ଯ୍ୟ ପାଇଁ କ୍ରେନର ବନ୍ଦୋବସ୍ତ କରାଯାଇଛି। ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତିମାନଙ୍କ ପରିଚୟ ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe