କନକ ବ୍ୟୁରୋ: ଭଦ୍ରକରେ ଓଲଟିଲା ଯାତ୍ରୀବାହୀ ବସ୍ । ଭଦ୍ରକ ରାଣୀତାଲ ରେଳ ଫାଟକ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା ହୋଇଛି । ରଘୁନାଥ ନାମକ ଏକ ଘରୋଇ ବସ ଖଇରାରୁ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଯାଇଥିଲା । ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଗୁରୁତର ଥିବା ଜଣାପଡିଛି । ଆହତ ଯାତ୍ରୀଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଭଦ୍ରକ ରାଣୀତାଲ ରେଲୱେ ଟ୍ରାକ ନିକଟରେ ଓଲଟିଲା ବସ୍; ୨୦ରୁ ଅଧିକ ଯାତ୍ରୀ ଗୁରୁତର
/kanak/media/post_attachments/wp-content/uploads/2024/08/29-15.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)