ଭାରସାମ୍ୟ ହରାଇ ଓଲଟିଲା ବସ୍ , ୮ ଗୁରୁତର । ୮ଗୁରୁତରଙ୍କୁ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି 

98

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ କେନ୍ଦ୍ରାପଡ଼ା-ବଢିଇ ରାସ୍ତାର କୁମାରୁଣି ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ । ଏହି ଦୁର୍ଘଟଣାରେ ୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମହାକାଳପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ କେନ୍ଦ୍ରାପଡ଼ା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି ଭୋର ସକାଳୁ ଭୁବନେଶ୍ୱର ଯାଉଥିଲା । ଭୋର ପ୍ରାୟ ସାଢେ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି ।