ରାଜ୍ୟ ସରକାରଙ୍କ ବଡ ନିଷ୍ପତି: ଏଣିକି ଘାଟି ଦେଇ ଆସିବନି କୌଣସି ବସ୍; ପ୍ରବାସୀ ଓଡିଆଙ୍କୁ ଧରି ଆସୁଥିବା ସମସ୍ତ ବସର ହେଲା ରୁଟ ପରିବର୍ତ୍ତନ

ଗତକାଲି ପରେ ଆଜି କଳିଙ୍ଗଘାଟିରେ ପୁଣି ହୋଇଛି ବସ ଦୁର୍ଘଟଣା

1,081

କନକ ବ୍ୟୁରୋ: ସୁରଟରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ସମସ୍ତ ବସକୁ ଏଣିିକି ଘାଟି ମନା । ଏଣିକି ଘାଟି ଦେଇ ଆସିବ ନାହିଁ ବସ । ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ବାରମ୍ବାର ଦୁର୍ଘଟଣା ପରେ ରୁଟ ପରିବର୍ତନ ପାଇଁ ସରକାର ବଡ ନିଷ୍ପତି ନେଇଛନ୍ତି । ଏଣିକି ବସଗୁଡିକ ବୌଦ୍ଧ ମାଧପୁର ଦେଇ ନୟାଗଡା ଓଡଙ୍ଗା ଜଗନ୍ନାଥପ୍ରସାଦ ଦେଇ ଗଞ୍ଜାମରେ ପଂହଚିବ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି ।

ଗତକାଲି ରାତିରେ କଳିଙ୍ଗା ଘାଟିରେ ସୁରତରୁ ଆସୁଥିବା ବସ ଦୁର୍ଘଟଣା ହୋଇଥିଲା । ଏଥିରେ ଦୁଇଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଥିଲେ । ଏହାର ୨୪ ଘଂଟା ନ ପୁରୁଣୁ ଆଜି ପୁଣି ସେହି ଘାଟିରେ ଦୁର୍ଘଟଣା ଘଟିଛି । ତେବେ ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବେଳେ ଦୁର୍ଘଟଣା । ଦୁର୍ଘଟଣାରେ ବସରେ ଥିବା ପ୍ରବାସୀ ଓଡ଼ିଆଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ରହିଛି । ଘଟଣାସ୍ଥଳରେ ଜି ଉଦୟଗିରି ପୁଲିସ ପହଂଚି ତଦନ୍ତ ଜାରି ରଖିଛି ।