ନିୟନ୍ତ୍ରଣ ହରାଇ ଏକ୍ସପ୍ରେସ୍ ୱେ ତଳକୁ ଖସିଲା ବସ୍ । ୩ ମୃତ, ୧୮ ଆହତ । ୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ।

Advertisment
ନିୟନ୍ତ୍ରଣ ହରାଇ ଏକ୍ସପ୍ରେସ୍ ୱେ ତଳକୁ ଖସିଲା ବସ୍ । ୩ ମୃତ, ୧୮ ଆହତ । ୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ କନୌଜରେ ବଡ ସଡକ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଏକ ଯାତ୍ରୀବାହୀ ବସ୍ ଏକ୍ସପ୍ରେସ୍ ୱେ ତଳକୁ ଖସିପଡିବାରୁ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଛି । ୧୮ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ସୂଚନା ମୁତାବକ, ଏକ ଘରୋଇ ବସ୍ ଦିଲ୍ଲୀରୁ ଲକ୍ଷେ୍ନø ଆଡକୁ ଯାତ୍ର କରୁଥିଲା । ଠଠିଆ ଥାନା ଅନ୍ତର୍ଗତ ପିପରୌଲି ଗାଁଓ ନିକଟରେ ବସଟି ଦୁର୍ଘଟଣାର ଶିକାର ହୋଇଥିଲା । ବସଟି ଦ୍ରୁତଗତିରେ ଆସୁଥିବାରୁ ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଖସିପଡିଥିବା କୁହାଯାଉଛି । ବସରେ ୪ହଜଣ ଯାତ୍ରୀ ଥିଲେ । ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ରୁ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe