କନକ ବ୍ୟୁରୋ: ଘାଟିରେ ଓଲଟିଲା ସରକାରୀ ବସ୍ । ଭାରସ୍ୟାମ ହରାଇ ରାଣୀପଥର ଘାଟିରେ ବସଟି ଓଲଟି ପଡିଛି । ଭୋରୁ ଭୋରୁ ଘଟିଥିହା ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ମୋଟ ୪୦ ଜଣ ଯାତ୍ରୀଙ୍କୁ ନେଇ ଫୁଲବାଣୀରୁ ଅନୁଗୁଳ ଯାଉଥିଲା ସରକାରୀ ବସ୍ । ଦୁଇଟି ଆମ୍ବୁଲାନ୍ସରେ ଆହତ ବ୍ୟକ୍ତିଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ରାଣୀପଥର ଘାଟିଟି ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଓ କନ୍ଧମାଳ ଜିଲ୍ଲାର ସୁଡୁରୁଗୁମ୍ଫା ଥାନାର ସୀମାନ୍ତବର୍ତୀ ଅଞ୍ଚଳ ହୋଇଥିବାରୁ ଘଟଣାସ୍ଥଳରେ ଏଯାଏଁ କୌଣସି ପୁଲିସ ପହଞ୍ଚି ପାରିନଥିବା ଜଣାପଡିଛି ।