ଅଯୋଦ୍ଧା : ଜାତୀୟ ରାଜପଥ ୨୭ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ୬ ଜଣ ମୃତ, ୨ ଗୁରୁତର

70

କନକ ବ୍ୟୁରୋ : ଜାତୀୟ ରାଜପଥ ୨୭ ଅଯୋଦ୍ଧା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହି ବସ୍ ଓ ଟ୍ରଲର ମଧ୍ୟରେ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂୁଚନା ମୁତାବକ ଏହି ଦୁର୍ଘଟଣା ରୁଦୌଲି କୋତବାଲି ନିକଟ ରୋଜାଗାଓଁ ଓଭରବ୍ର୍ରିଜ୍ ନିକଟରେ ଘଟିଛି । ଏଠାରେ ଗୋଟିଏ ଲାଇନରେ ଦୁଇଟି ବସ୍ ଚାଲୁଥିବା ବେଳେ ହଠାତ ପଛ ବସଟି ଆଗ ବସକୁ ଧକ୍କା ଦେଇଥିଲା । ହେଲେ ଏହି ଦୁର୍ଘଟଣାରେ କୌଣସି କ୍ଷତି ହୋଇନଥିଲା । ହେଲେ ବସ୍ ଦୁଇଟି ଦୁଘଟଣାଗ୍ରସ୍ତ ହେବା ପରେ ଯାତ୍ରୀମାନେ ବସରୁ ଉହ୍ଲାଇ ସ୍ଥିତି ଦେଖୁଥିବା ବେଳେ ହଠାତ୍ ପଛରୁ ଏକ ଟ୍ରଲର ଆସି ସେମାନଙ୍କ ଉପରେ ମାଡି ଯାଇଥିଲା । ଏହି ଦୁର୍ଘଟଣାରେ ମୋଟ ୮ ଜଣ ଲୋକ ଗୁରୁତର ହୋଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ଗୁରୁତର ମାନଙ୍କୁ ମେଡିକାଲ ନେଇଥିଲେ । ମେଡିକାଲରେ ପହଂଚିବା ପରେ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣଙ୍କୁ ଗୁରତର ଅବସ୍ଥାରେ ଲକ୍ଷେ୍ନø ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଅଯୋଦ୍ଧା ଏସପି (ଗ୍ରାମୀଣ) ଶୈଳେନ୍ଦ୍ର ସିଂ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣାର ମୁଖ୍ୟ କାରଣ ଓ ସଂପର୍କରେ ଅନୁଧ୍ୟାନ କରୁଥିବା ସୂଚନା ମିଳିଛି ।