ରାଜ୍ୟରେ ବଢିଲା ବସ ଭଡା : ଡିଲକ୍ସ ଓ ଏସି ଡିଲକ୍ସ ବସ କିଲୋମିଟର ପିଛା ୨ ପଇସା ବୃଦ୍ଧି

1,300

କନକ ବ୍ୟୁରୋ : ପେଟ୍ରୋଲ ଦର ବୃଦ୍ଧି ପରେ ରାଜ୍ୟରେ ବଢିଲା ବସଭଡ଼ା । ଅର୍ଡିନାରୀ ବସ୍ ଭଡା ୭୨ରୁ ବଢି ୭୩ ପଇସା ହୋଇଛି । ଏକ୍ସପ୍ରେସ ଭଡା କିମି ପିଛା ୭୫ ପଇସାରୁ ବଢି ୭୬ ପଇସା ହୋଇଛି । ଅନ୍ୟପଟେ ଡିଲକ୍ସ ବସ୍ ଭଡା ୧ ଟଙ୍କା ୦୫ରୁ ବଢି ୧ ଟଙ୍କା ୦୭ ହୋଇଛି । ଏସି ଡିଲକ୍ସ କିମି ପିଛା ୧ ଟଙ୍କା ୨୭ ପଇସାରୁ ବଢି ୧ ଟଙ୍କା ୨୯ ପଇସା ହୋଇଛି ।

ସେପଟେ କ୍ରମାଗତ ଭାବେ ବଢ଼ିଚାଲିଛି ତୈଳଦର । ପ୍ରାୟ ୨ ବର୍ଷ ଭିତରେ ସର୍ବୋଚ୍ଚ ସ୍ତରରେ ପହଂଚିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୪ ଟଙ୍କା ଟପିଥିବା ବେଳେ ଡିଜେଲ ୮୦ ଟଙ୍କା ଟପିସାରିଛି ।  କରୋନା କାଳରେ ତୈଳଦର ବୃଦ୍ଧି ଆଉ ଏବେ ବସ ଭଡା ବୃଦ୍ଧି ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ।