ରାଜ୍ୟରେ ତୈଳ ଦର ବୃଦ୍ଧି ସହ ବଢିଲା ବସ୍ ଭଡା । ଜାଣନ୍ତୁ, କେଉଁ ବସର ହେଲା କେତେ ଟଙ୍କା ଭଡା ?

205

କନକ ବ୍ୟୁରୋ : ବସ ଯାତ୍ରୀଙ୍କ ପାଇଁ ବଡ ଖବର । ରାଜ୍ୟରେ ତୈଳ ଦର ବୃଦ୍ଧି ସହ ବଢିଲା ବସ୍ ଭଡା । ଅର୍ଡିନାରୀ ବସ ଭଡା କିଲୋମିଟର ପିଛା ୭୩ ପଇସାରୁ ବଢି ୭୪ ପଇସା ହୋଇଛି । ଏକ୍ସପ୍ରେସ ବସ ଭଡା ୭୬ ପଇସା ହୋଇଛି । ସେହିପରି ଡିଲକ୍ସ ବସ ଭଡା କିଲୋମିଟର ପିଛା ବଢି ୧୦୭ରୁ ୧୦୯ ପଇସା ହୋଇଛି ।

ତେବେ ଦିନକୁ ଦିନ ତୈଳ ଦର ବୃଦ୍ଧି ଯୋଗୁଁ ବସ ଭଡା ଉପରେ ଏହାର ପ୍ରଭାବ ପଡୁଛି । ବସ ଭଡା ବଢିବା ଯୋଗୁଁ ଏହା ଯାତ୍ରୀମାନଙ୍କ ଉପରେ ପ୍ରଭାବ ପକାଇପାରେ । ସେପଟେ କରୋନା ଯୋଗୁଁ ବସରେ ଯାତାୟାତ କମ ହୋଇଯାଇଛି ।

Comments are closed.