କନକ ବ୍ୟୁରୋ : ବସ ଯାତ୍ରୀଙ୍କ ପାଇଁ ବଡ ଖବର । ରାଜ୍ୟରେ ତୈଳ ଦର ବୃଦ୍ଧି ସହ ବଢିଲା ବସ୍ ଭଡା । ଅର୍ଡିନାରୀ ବସ ଭଡା କିଲୋମିଟର ପିଛା ୭୩ ପଇସାରୁ ବଢି ୭୪ ପଇସା ହୋଇଛି । ଏକ୍ସପ୍ରେସ ବସ ଭଡା ୭୬ ପଇସା ହୋଇଛି । ସେହିପରି ଡିଲକ୍ସ ବସ ଭଡା କିଲୋମିଟର ପିଛା ବଢି ୧୦୭ରୁ ୧୦୯ ପଇସା ହୋଇଛି ।
ତେବେ ଦିନକୁ ଦିନ ତୈଳ ଦର ବୃଦ୍ଧି ଯୋଗୁଁ ବସ ଭଡା ଉପରେ ଏହାର ପ୍ରଭାବ ପଡୁଛି । ବସ ଭଡା ବଢିବା ଯୋଗୁଁ ଏହା ଯାତ୍ରୀମାନଙ୍କ ଉପରେ ପ୍ରଭାବ ପକାଇପାରେ । ସେପଟେ କରୋନା ଯୋଗୁଁ ବସରେ ଯାତାୟାତ କମ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/bus-fares-hiked.jpg)