କନକ ବ୍ୟୁରୋ: ପେଟ୍ରୋଲ, ଡିଜେଲ ଦର କମିବା ପରେ କମିଛି ବସ ଭଡା । ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ ଭଡା କିଲୋମିଟର ପିଛା ୫ ପଇସା ହ୍ରାସ ପାଇଛି । ତା ସହିତ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା କିଲୋମିଟର ପିଛା ୧୦ ପଇସା ହ୍ରାସ ପାଇଛି । ରାଜ୍ୟର ଘରୋଇ ବସ ମାଲିକ ସଂଘର ସମ୍ପାଦକ ଏନେଇ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବହୁ ଦିନର ବ୍ୟବଧାନ ପରେ ଯାତ୍ରୀଙ୍କ ପାଇଁ ଏପରି ଏକ ଖୁସି ଖବର ଆସିଛି । ତେବେ ଏହା ପୂର୍ବରୁ ଅଧିକାଂଶ ଥର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କାରଣରୁ ବସ ଭଡା ବଢିଚାଲିଥିଲା । ହେଲେ ଏବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ନିଜର ଶୁଳ୍କ ହ୍ରାସ କରିବା ପରେ ଏବେ ବସ ଭଡା ହ୍ରାସ ପାଇଛି ।
ପେଟ୍ରୋଲ ଓ ଡିଜେଲ ଦାମ୍ କମିବା ପରେ କମିଲା ବସ ଭଡା । ଜାଣନ୍ତୁ, କେଉଁ ବସ ଭଡା କେତେ ଟଙ୍କା କମିଲା...
/kanak/media/post_attachments/wp-content/uploads/2021/11/2-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)