ଗ୍ରୀନ ଜୋନରେ ଗଡିବ ବସ୍ ! ଅଧା ସିଟରେ ଲୋକ ଯାଉଥିବାରୁ ଦ୍ୱିଗୁଣା ବଢାଯିବ ଭଡା: ସେପଟେ ସରକାରୀ ଚାକିରିଆଙ୍କ ପାଇଁ କାଲିଠୁ ଗଡିବ ସ୍ୱତନ୍ତ୍ର ବସ, ୩୦ ଟଙ୍କା ନିଆଯିବ ଭଡା

1,294

କନକ ବ୍ୟୁରୋ: ଗ୍ରୀନ ଜୋନରେ ଗଡିବ ବସ । ଏନେଇ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ତେବେ ଦିନେ କି ଦୁଇ ଦିନ ଭିତରେ ଏନେଇ ନିଷ୍ପତି ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ବିଭାଗୀୟ ମନ୍ତ୍ରୀଙ୍କ କହିବାନୁସାରେ, ବର୍ତ୍ତମାନ ଗ୍ରୀନ ଜୋନ ବି ରେଡ ଜୋନ ହୋଇଗଲାଣି । ତେଣୁ ଏଭଳି ଅଂଚଳଗୁଡିକରେ ପରିସ୍ଥିତିକୁ ନଜରରେ ରଖି ନିଷ୍ପତି ନିଆଯିବ । ଏବଂ ନିଷ୍ପତି ପରେ ଯଦି ବସ ଚଳାଚଳ ପାଇଁ ଅନୁମତି ମିଳେ ଏବଂ ବସ ମାଲିକ ସଂଘରେ ଏଥିରେ ଏକମତ ହେବେ ତେବେ ଗାଡି ଚାଲିବ । ସେହିଭଳି ଏହି ସମୟରେ ଗାଡି ଭଡା ଯାହା ଥିଲା ତାହା ଆହୁରୀ ବଢିବ । ଅର୍ଥାତ୍ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଚଳା କରିବା ଦ୍ୱାରା ବସ ମାଲିକ ସଂଘଙ୍କୁ କ୍ଷତି ସହିବାକୁ ପଡୁଛି ମାତ୍ର ବର୍ତ୍ତମାନ ଗାଡି ଭଡାକୁ ଦୁଇଗୁଣା ବୃଦ୍ଧି କରାଯିବ । ଯାହାଫଳରେ ବସ ମାଲିକ ସଂଘଙ୍କୁ ଆଉ କୌମସି କ୍ଷତି ସହିବାକୁ ପଡିବ ନାହିଁ ।

ସେପଟେ କଟକ ଭୁବନେଶ୍ୱର ମଧ୍ୟରେ ଗଡିବ ବସ । ସରକାରୀ କର୍ମଚାରୀଙ୍କ ଯିବା ଆସିବା ପାଇଁ କଟକ- ଭୁବନେଶ୍ୱର ଭିତରେ ଓଏସଆରଟିସିର ଏକ ସ୍ୱତନ୍ତ୍ର ବସ ଚାଲିବ । କାଲିଠାରୁ ଅଫିସ ଟାଇମରେ ଏହି ବସ ଚାଲିବ ଆଉ ଏହାର ଭଡା ୩୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।