ରାଜ୍ୟରେ ପୁଣି ବଢିଲା ବସ ଭଡା । କେଉଁ ବସ ପିଛା ବଢିଲା କେତେ ? ଜାଣନ୍ତୁ…

247

କନକ ବ୍ୟୁରୋ: ରାଜ୍ୟରେ ତେଲଦର ହୁ ହୁ ହୋଇ ବଢୁଥିବା ବେଳେ ଏବେ ଯାତ୍ରୀଙ୍କୁ ପୁଣି ପଡିଛି ମହଙ୍ଗା ମାଡ । ରାଜ୍ୟରେ ବସ ଭଡା ପୁଣି ଥରେ ବୃଦ୍ଧି ପାଇଛି । ସାଧାରଣ ଓ ଏକ୍ସପ୍ରେସ ବସ ଭଡା କିଲୋମିଟର ପିଛା ୫ ପଇସା ବୃଦ୍ଧି କରାଯାଇଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା କିଲୋମିଟର ପିଛା ୧୦ ପଇସା ବୃଦ୍ଧି କରାଯାଇଛି । ତେବେ ତେଲ ଦର ବୃଦ୍ଧି ପାଇବା କାରଣରୁ ରାଜ୍ୟରେ ବସ ଭଡା ବୃଦ୍ଧି କରାଯାଇଛି । ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି । ତେବେ ଲଗାତାର ଭାବେ ରାଜ୍ୟରେ ବସ ଭଡା ବୃଦ୍ଧିକୁ ନେଇ ଯାତ୍ରୀଙ୍କ ଭିତରେ ଅସନ୍ତୋଷ ଭାବ ଦେଖିବାକୁ ମିଳିଛି ।