ପୁଣି ବସ୍ ଭଡ଼ା ବଢ଼ାଇଲା ବାଣିଜ୍ୟ ଓ ପରିବହନ ବିଭାଗ । ଗତ ସାଢ଼େ ୩ ମାସରେ ଡିଜେଲ ଦର ବଢ଼ିଛି ୫ଟଙ୍କା ୯ ପଇସା

149

କନକ ବ୍ୟୁରୋ : ପୁଣି ବଢିଲା ବସ୍ ଭଡା । ଗତ ସାଢେ ତିନି ମାସ ମଧ୍ୟରେ ଡିଜେଲ ଦର ୫ଟଙ୍କା ୯ ପଇସା ବଢିଥିବାରୁ ବାଣିଜ୍ୟ ଓ ପରିବହନ ବିଭାଗ ବସ୍ ଭଡା ବଢାଇଛି । ବସ୍ ଭଡା ୩ରୁ ୯ ପଇସା ବୃଦ୍ଧି ପାଇଛି । ସାଧାରଣ ବସ୍ ଭଡା କିଲୋମିଟର ପିଛା ଏବେ ୮୯ ପଇସା ଥିବା ବେଳେ ଏହା ୩ ପଇସା ବଢି ୯୨ ପଇସା ହୋଇଛି ।
ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୩ ପଇସା ବୃଦ୍ଧି ପାଇଛି । ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୨୯ ପଇସା ଥିବା ବେଳେ ୬ ପଇସା ବଢି ୧ ଟଙ୍କା ୩୫ ପଇସା ହୋଇଛି । ସେହିପରି ଏସି ଡିଲକ୍ସ ଭଡା ୬ ପଇସା ବଢି ୧ ଟଙ୍କା ୬୩ ପଇସା, ସୁପର ଡିଲକ୍ସ ବସ୍ ଭଡ଼ା ୯ ପଇସା ବଢି ୨ ଟଙ୍କା ୫୩ ପଇସାକୁ ବୃଦ୍ଧି ପାଇଛି । ରାଜ୍ୟରେ ୧୩ଟି ପାରାମିଟରକୁ ନେଇ ବସ୍ ଭଡା ନିର୍ଦ୍ଧାରଣ କରାଯାଏ ବୋଲି ରାଜ୍ୟ ପରିବହନ କର୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ଡିଜେଲ ଦର ଅଧିକ ବୃଦ୍ଧି ପାଇଥିବାରୁ ବସ୍ ଭଡ଼ା ବଢାଯାଇଛି ।