କନକ ବ୍ୟୁରୋ: କମିଲା ବସ ଭଡା । ରାଜ୍ୟରେ ଘରୋଇ ବସର ଭଡା କମିଲା । କିଲୋମିଟର ପିଛା ବସ ଭଡା ୧ରୁ ୨ ପଇସା ହ୍ରାସ ପାଇଲା । ଅର୍ଡିନାରୀ ବସ୍ ଭଡ଼ା ଦର ପୂର୍ବରୁ କିଲୋମିଟର ପିଛା ୬୯ ପଇସା ଥିବା ବେଳେ ନୂତନ ଦର ହିସାବରେ ଯାତ୍ରୀମାନଙ୍କୁ ୬୮ ପଇସା ଦେବାକୁ ପଡ଼ିବ। ସେହିପରି ଏକ୍ସପ୍ରେସ୍ ବସରେ କିଲୋମିଟର ପିଛା ୭୧ ପଇସା ଦେବେ। ପୂର୍ବରୁ ଏହି ଦର ୭୨ ପଇସା ଥିଲା।
ଯାତ୍ରୀମାନଙ୍କୁ ଡିଲକ୍ସ ବସରେ କିଲୋମିଟର ପିଛା ପୂର୍ବରୁ ୯୯ ପଇସା ଦେବାକୁ ପଡୁଥିଲା। କିନ୍ତୁ ଏବେ ନୂତନ ଦର ୯୭ ପଇସା ନିର୍ଦ୍ଧାରଣ କରି ଦିଆଯାଇଛି। ସେହିପରି ଏସି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୧ଟଙ୍କା ୨୧ ପଇସା ଥିବା ବେଳେ ଏବେ ଏହା ୨ ପଇସା ହ୍ରାସ ପାଇ ୧ଟଙ୍କା ୧୯ ପଇସା ହୋଇଛି।
ଡିଜେଲ ଦର ବୃଦ୍ଧି ଯୋଗୁଁ ଗତ ଜାନୁଆରି ୭ ତାରିଖରେ ବସ୍ ଭଡା ବୃଦ୍ଧି ଘଟିଥିଲା। ଫଳରେ ଯାତ୍ରୀମାନଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିଥିଲା। ଆଜି ବସ୍ ଭଡ଼ା ହ୍ରାସ ପାଇବା ପରେ ସାଧାରଣ ଯାତ୍ରୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।
Follow Us