ଡିଜେଲ ଦରରେ ହ୍ରାସ ଯୋଗୁଁ କମିଲା ବସ୍ ଭଡ଼ା । କେଉଁ ବସରେ କିଲୋମିଟର ପିଛା କେତେ କମିଲା ଜାଣନ୍ତୁ…

କିଲୋମିଟର ପିଛା କେତେ ପଇସା କମାଇଲେ ରାଜ୍ୟ ସରକାର ?

661

କନକ ବ୍ୟୁରୋ: ବସ୍ ଯାତ୍ରୀମାନଙ୍କ ପାଇଁ ଖୁସି ଖବର । କମିଲା ବସ୍ ଭଡ଼ା । ଦୀର୍ଘଦିନ ଧରି ଅହେତୁକ ଭାବେ ବୃଦ୍ଧି ପାଉଥିବା ଡିଜେଲ ଦର କମିବାରୁ ବସ୍ ଭଡ଼ା ମଧ୍ୟ ହ୍ରାସ କରାଯାଇଛି । ଏନେଇ ପରିବହନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପରିବହନ କମିଶନରଙ୍କ ବିଜ୍ଞପ୍ତି ମୁତାବକ କିଲୋମିଟର ଅର୍ଡିନାରୀ ଓ ଏକ୍ସପ୍ରେସ ଏବଂ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୨ ଓ ୪ ପଇସା ହ୍ରାସ କରାଯାଇଛି ।

ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୨ ପଇସା ହ୍ରାସ କରାଯାଇଛି । ପୂର୍ବରୁ ଅର୍ଡ଼ିନାରୀ ବସ୍ ଭଡ଼ା କିଲୋମିଟର ପିଛା ୭୨ ପଇସାଥିବାବେଳେ ବର୍ତ୍ତମାନ ଏହା ୭୦ ପଇସା କରାଯାଇଛି । ସେହିଭଳି ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପିଛା ପୂର୍ବରୁ ଥିଲା ୭୫ ପଇସା ଯାହା ବର୍ତ୍ତମାନ ୭୩ ପଇସା ହୋଇଛି ।

ଅନ୍ୟପଟେ ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୪ ପଇସା ହ୍ରାସ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଡଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୫ ପଇସାଥିବା ବେଳେ ବର୍ତ୍ତମାନ ଏହା ୧ ଟଙ୍କା ୧ ପଇସା କରାଯାଇଛି । ସେହିଭଳି ପୂର୍ବରୁ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୨୭ ପଇସା ଥିବାବେଳେ ବର୍ତ୍ତମାନ ଏହା ୧ ଟଙ୍କା ୨୩ ପଇସାକୁ ହ୍ରାସ କରିଛନ୍ତି ରାଜ୍ୟ ସରକାର । ଏନେଇ ପରିବହନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।