କନକ ବ୍ୟୁରୋ: ଢେଙ୍କାନାଳରେ ୫୫ ନମ୍ବର ଜାତୀୟ ରାଜପଥରେ ହୁହୁ ହୋଇ ଜଳିଗଲା ଯାତ୍ରୀବହାୀ ବସ୍ । ହେଲେ ବସରେ ଯାଇଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ । ଅନୁଗୁଳରୁ ଭୁବନେଶ୍ୱର ଯାଉଥିବା ଏହି ବସରେ ଢେଙ୍କାନାଳ ନିକଟରେ ହଠାତ୍ ନିଆଁ ଲାଗିଥିଲା । ଯଦିଓ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ନିଆଁ ଲିଭାଇଥିଲେ ବି ବସଟି ଅନେକାଂଶରେ କ୍ଷତିଗ୍ରସ୍ତ ହୋଇଛି ।
ହୁ ହୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବଞ୍ଚିଲା ୪୦ ଯାତ୍ରୀଙ୍କ ଜୀବନ ।
/kanak/media/post_attachments/wp-content/uploads/2024/04/30-17.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)