କନକ ବ୍ୟୁରୋ: ବରଯାତ୍ରୀ ବସରେ ଲାଗିଲା ନିଆଁ । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ବରଯାତ୍ରୀ ବସ୍ । ବ୍ରହ୍ମପୁର ନେନ୍ଦ୍ରାଜଠାରେ ବିଦ୍ୟୁତ ତାରରେ ଲାଗି ଜଳିଗଲା ବସ୍ । ତେବେ ଏହି ଦୁର୍ଘଟଣାରେ ବସରେ ଥିବା ୪୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ପୋଡି ହୋଇଯାଇଥିବା ବେଳେ କିଛି ଯାତ୍ରୀ ଜୀବନ୍ତଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପଂହଚିବା ସହ ଅଗ୍ନିଶମ କର୍ମଚାରୀ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି ।
ସେପଟେ, ୧୧ କେଭି ବିଦ୍ୟୁତ ତାର ସଂଶର୍ସ୍ପରେ ଆସିଲା ପିକନିକ୍ ବସ । ଅଳ୍ପକେ ବର୍ତିଗଲେ ୭୦ ପର୍ଯ୍ୟଟକ । ବାଲେଶ୍ୱର ବାଲିଆପାଳ ବ୍ଲକ ଡଗରା ଗୁମୁଟି ଛକ ନିକଟରେ ଏହି ଅଘଟଣ ଘଟିଛି । ବସଟଇ ବାରିପଦାରୁ ଡଗରା ବେଳା ଭୂମିକୁ ଯାଉଥିଲା । ବିଦ୍ୟୁତ ତାର ସଂଶସ୍ପର୍ଶରେ ଆସିବା ପରେ ବସଟି ଭାରସାମ୍ୟ ହରାଇ ପାଖରେ ଥିବା ଏକ ବାଇକ ଉପରେ ଚଢିଯାଇଥିଲା । ବିଦ୍ୟୁତ ଆଘାତ ଲାଗି ଗୁରୁତର ହୋଇଥିବା ପର୍ଯ୍ୟଟକଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/13-2.jpg)