କନକ ବ୍ୟୁରୋ: କରୋନା ନେଇ ସାରା ରାଜ୍ୟ ପାଇଁ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ପ୍ରବାସୀ ଓଡିଆଙ୍କୁ ନେଇ ଓଡିଶା ଫେରିବା ବେଳେ ଘାଟିରେ ଓଲଟିଲା ବସ । ଭଞ୍ଜନଗର କଳିଙ୍ଗା ଘାଟିର ବସ୍ ଓଲଟିଲା । ସୁରତରୁ ଓଡିଶା ଫେରନ୍ତାଙ୍କୁ ନେଇ ଆସିବା ବେଳେ ଅଧ ବାଟରେ ଦୁର୍ଘଟଣା ।
ତେବେ ଗଞ୍ଜାମ- କନ୍ଧମାଳ ମଝିରେ ଏହି ବସ ଗଛରେ ପିଟି ହୋଇ ଦୁର୍ଘଟଣା ହୋଇଥିବା ବେଳେ । ବସରେ ପ୍ରାୟ ୫୦ରୁ ଅଧିକ ଲୋକ ଥିଲେ । ବଡ କଥା ହେଉଛି ଦୁର୍ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ । ଦୁର୍ଘଟଣାଗ୍ରସ୍ତ ବସର ନାଁ ଶ୍ରୀ ପଟେଲ । ଗାଡି ନମ୍ବର- ଜିଜେ୧୮ଏକ୍ସ୨୬୮୩ । ସେପଟେ ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/BUS_UPP_00000.png)