୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲା ବରଯାତ୍ରୀ ବସ୍ । ମାତ୍ର ୧୦ ମିନିଟରେ ନିଆଁରେ ଜଳିଗଲେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ । ୧୧ ମୃତ ଆଶଙ୍କା, ବଢିପାରେ ମୃତ୍ୟୁ ସଂଖ୍ୟା

Advertisment
୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲା ବରଯାତ୍ରୀ ବସ୍ । ମାତ୍ର ୧୦ ମିନିଟରେ ନିଆଁରେ ଜଳିଗଲେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ । ୧୧ ମୃତ ଆଶଙ୍କା, ବଢିପାରେ ମୃତ୍ୟୁ ସଂଖ୍ୟା

କନକ ବ୍ୟୁରୋ: ବ୍ରହ୍ମପୁରରେ ଅଭାବନୀୟ ଘଟଣା । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଗଲା ବରଯାତ୍ରୀ ବସ୍ । ଆଉ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାର ମାତ୍ର ୧୦ ମିନିଟ ଭିତରେ ଜଳିଯାଇଛି ସଂପୂର୍ଣ୍ଣ ବସଟି । ତେବେ ବସରେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଥିବା ଆଶଙ୍କା କରାଯାଉଛି । ନିଆଁରେ ପୋଡିହୋଇ ୩୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ଅନ୍ୟପଟେ ୧୧ ଜଣ ଯାତ୍ରୀ ଦୁର୍ଘଟଣାରେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଦମକଳ ବାହୀନିର କର୍ମଚାରୀ ପହଂଚି ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି । ଏବଂ ଆହତଙ୍କୁ ୧୦ଟି ଆମ୍ବୁଲାନ୍ସ ଯୋଗେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

publive-image
ବ୍ରହ୍ମପୁରଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ବରଯାତ୍ରୀ ବସ୍ରେ ନିଆଁ ଲାଗିଯିବା ଫଳରେ ୧୧ ଜଣଙ୍କ ଜୀବନ ଚାଲି ଯାଇଥିବା ସୂଚନା ରହିଛି। ୮ ଜଣ ଯାତ୍ରୀ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ୩ ଜଣ ହସ୍ପିଟାଲ୍କୁ ଯିବା ବାଟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଏହାବ୍ୟତୀତ ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜାଣିବାକୁ ମିଳିଛି। ନେନ୍ଦ୍ରାଜପୁରଠାରେ ୧୧ କେଭିର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଏହି ବସ୍ ଆସିବାରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ଘଟଣା ଘଟିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ସ୍ଥାନୀୟ ଲୋକ ଓ ପୁଲିସ୍ ବି ଏହି ନିଆଁ ଲିଭା କାର୍ଯ୍ୟରେ ସାମିଲ୍ ହୋଇଛନ୍ତି। ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe