କନକ ବ୍ୟୁରୋ : ମୁହାଁମୁହିଁ ଧକ୍କା ହେଲା ଯାତ୍ରୀବାହୀ ବସ୍ ସହ ଆମ୍ବୁଲାନ୍ସ । ଅରଞ୍ଜି ଛକ ନିକଟ ରାଇମଣିଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୫ରୁ ଅଧିିକ ଯାତ୍ରୀ ଆହତ ହୋଇଛନ୍ତି । କ୍ରୀଷ୍ଣା ଯାତ୍ରୀବାହୀ ବସ୍ ଭଦ୍ରକରୁ ଅଗରପଡ଼ା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ରୋଗୀ ନେଇ ଭଦ୍ରକ ଜିଲ୍ଲା ହସ୍ପିଟାଲ ଆସୁଥିଲା ଆମ୍ବୁଲାନ୍ସ । ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲା ବସ୍୍- ଆମ୍ବୁଲାନ୍ସ । ଦୁର୍ଘଟଣା ପରେ ବସ୍ -ଆମ୍ବୁଲାନ୍ସ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ପଠାଇଥିଲେ । ବସ୍ରେ ୩୦ରୁ ଅଧିକ ଯାତ୍ରୀ ଥିବା ସୂଚନା ରହିଛି ।