ତପ୍ତପାଣି ଘାଟିରେ ଖସିପଡିଲା ବସ । ପାଳୁଖୋଳା ଗଡିଆଣି ବାଙ୍କ ନିକଟରେ ଭାରସାମ୍ୟ ହରାଇ ବସଟି ଓଲଟିଲା : ୧୮ ଜଣ ଯାତ୍ରୀ ଆହତ ସୂଚନା

Advertisment
ତପ୍ତପାଣି ଘାଟିରେ ଖସିପଡିଲା ବସ । ପାଳୁଖୋଳା ଗଡିଆଣି ବାଙ୍କ ନିକଟରେ ଭାରସାମ୍ୟ ହରାଇ ବସଟି ଓଲଟିଲା : ୧୮ ଜଣ ଯାତ୍ରୀ ଆହତ ସୂଚନା

କନକ ବ୍ୟୁରୋ : ତପ୍ତପାଣି ଘାଟିରେ ତଳକୁ ଖସିଲା ବସ୍ । ଗଜପତି ଜିଲ୍ଲା ମୋହନା ତପ୍ତପାଣି ଘାଟି ପାଳୁଖୋଳା ଗଡିଆଣି ବାଙ୍କ ନିକଟରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା ଜଣାପଡିଛି । ବସରେ ଥିବା ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ସାନଖେମୁଣ୍ଡି ହସ୍ପିଟାଲରେ ଭର୍ତି କରାଯାଇଛି ।

ସୂଚନା ଅନୁସାରେ ଏହି ବସରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ଖବର ପାଇ ପାଟପୁର ଥାନା ପୋଲିସ ଓ ସାନଖେମୁଣ୍ଡି ଅଗ୍ନିଶମବାହିନୀ ଦୁର୍ଘଟଣାସ୍ଥଳକୁ ଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିବା ଜଣାପଡିଛି । ବସଟି ଗଜପତିରୁ ବ୍ରହ୍ମପୁର ଆଡକୁ ଆସୁଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe