କନକ ବ୍ୟୁରୋ : ତପ୍ତପାଣି ଘାଟିରେ ତଳକୁ ଖସିଲା ବସ୍ । ଗଜପତି ଜିଲ୍ଲା ମୋହନା ତପ୍ତପାଣି ଘାଟି ପାଳୁଖୋଳା ଗଡିଆଣି ବାଙ୍କ ନିକଟରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା ଜଣାପଡିଛି । ବସରେ ଥିବା ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ସାନଖେମୁଣ୍ଡି ହସ୍ପିଟାଲରେ ଭର୍ତି କରାଯାଇଛି ।
ସୂଚନା ଅନୁସାରେ ଏହି ବସରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ଖବର ପାଇ ପାଟପୁର ଥାନା ପୋଲିସ ଓ ସାନଖେମୁଣ୍ଡି ଅଗ୍ନିଶମବାହିନୀ ଦୁର୍ଘଟଣାସ୍ଥଳକୁ ଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିବା ଜଣାପଡିଛି । ବସଟି ଗଜପତିରୁ ବ୍ରହ୍ମପୁର ଆଡକୁ ଆସୁଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/1-21.jpg)