କନକ ବ୍ୟୁରୋ : ପୁଣି ଘାଟିରେ ଓଲଟିଲା ଯାତ୍ରୀବାହୀ ବସ । ଆହତ ହେଲେ ଅନେକ ଯାତ୍ରୀ । ମିଳିଥିବା ସୂଚନା ଅନୁସାରେ, ଜୟପୁରର ସୁଙ୍କି ଘାଟିରେ ଏକ ଯାତ୍ରୀବାହୀ ବସ ଭାରସ୍ୟାମ ହରାଇ ଓଲଟିପଡିବାରୁ ବସରେ ଥିବା ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ ୧୫ ରୁ ୨୦ ଯାତ୍ରୀ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ବସର କଣ୍ଡକ୍ଟର ଆହତ ହୋଇଛନ୍ତି ।

Advertisment

publive-imageଦୁର୍ଘଟଣା ଗ୍ରସ୍ତ ହୋଇଥିବା ବସଟିର ନାମ ନଡିଆରାଣୀ ବୋଲି ଜଣାପଡିଛି । ତେବେ ବାରମ୍ବାର ଘାଟିରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଦମକଳବାହୀନି ପହଞ୍ଚି ଲୋକଙ୍କ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲରେ ଭର୍ତି କରାଯାଇଛି ।