ଘାଟିରେ ଓଲଟିଲା ଯାତ୍ରୀବାହୀ ବସ । ଅଳ୍ପକେ ବର୍ତିଲେ ୬୦ ରୁ ଅଧିକ ଲୋକେ

238

କନକ ବ୍ୟୁରୋ : ଭାରସାମ୍ୟ ହରାଇ ଘାଟି ଉପରେ ଓଲଟି ପଡିଲା ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ । ଅଳ୍ପକେ ବର୍ତିଲେ ୬୦ରୁ ଅଧିକ ଶ୍ରମକ । ରାୟଗଡା ଥାନା ଅନ୍ତର୍ଗତ ଗୁମା ଘାଟିରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ବିହାର, ସୁନ୍ଦରଗଡ ଓ ବୌଦ୍ଧର ପ୍ରାୟ ୬୦ ଶ୍ରମିକଙ୍କୁ ନେଇ ଏକ ବସ ତାମିଲନାଡୁ ବାହାରିଥିଲା ।

ପ୍ରବାସୀ ଶ୍ରମିକଙ୍କୁ ନେଇ ତାମିଲନାଡୁ ଯାଉଥିବା ଏହି ଘରୋଇ ବସ ଗୁମା ଘାଟିରେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଖବର ପାଇ ରାୟଗଡା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛି । ତାମିଲନାଡୁର ଏକ ସୁତାକଲର ମାଲିକ ଶ୍ରମିକଙ୍କୁ ଆଣିବା ପାଇଁ ଏହି ବସ ପଠାଇଥିବା ଜଣା ପଡିଛି ।

Comments are closed.