କନକ ବ୍ୟୁରୋ : ଭାରସାମ୍ୟ ହରାଇ ଘାଟି ଉପରେ ଓଲଟି ପଡିଲା ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ । ଅଳ୍ପକେ ବର୍ତିଲେ ୬୦ରୁ ଅଧିକ ଶ୍ରମକ । ରାୟଗଡା ଥାନା ଅନ୍ତର୍ଗତ ଗୁମା ଘାଟିରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ବିହାର, ସୁନ୍ଦରଗଡ ଓ ବୌଦ୍ଧର ପ୍ରାୟ ୬୦ ଶ୍ରମିକଙ୍କୁ ନେଇ ଏକ ବସ ତାମିଲନାଡୁ ବାହାରିଥିଲା ।
ପ୍ରବାସୀ ଶ୍ରମିକଙ୍କୁ ନେଇ ତାମିଲନାଡୁ ଯାଉଥିବା ଏହି ଘରୋଇ ବସ ଗୁମା ଘାଟିରେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଖବର ପାଇ ରାୟଗଡା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛି । ତାମିଲନାଡୁର ଏକ ସୁତାକଲର ମାଲିକ ଶ୍ରମିକଙ୍କୁ ଆଣିବା ପାଇଁ ଏହି ବସ ପଠାଇଥିବା ଜଣା ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/6-12.jpg)