ନବରଙ୍ଗପୁରରେ ଓଲଟିଲା ବସ୍: ୨ ମୃତ, ୨୦ରୁ ଅଧିକ ଗୁରୁତର । ସାମ୍ନାରୁ ଗାଈ ପଳାଇ ଆସିବାରୁ ରାସ୍ତା ମଝିରେ ବଡ ଦୁର୍ଘଟଣା

556

କନକ ବ୍ୟୁରୋ: ନବରଙ୍ଗପୁରରୁ ଆସିଲା ବଡ ଖବର । ନବରଙ୍ଗପୁର ପାପଡାହାଣ୍ଡି ନିକଟରେ ଓଲଟିଲା ବସ । ମଝି ରାସ୍ତାରେ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଘଟିଲା ବଡ ବସ ଦୁର୍ଘଟଣା । ବସ ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଆଗରୁ ଗାଈ ପଳାଇ ଆସିବାରୁ ଭାରସାମ୍ୟ ହରାଇ ଓଲଟିପଡିଲା ବସ ।

ସେପଟେ ଦୁର୍ଘଟଣାରେ ୨୦ ଗୁରୁତରଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏବେବି ବସ ଭିତରେ ଅନେକ ଯାତ୍ରୀ ଫସି ରହିଛନ୍ତି । ତେବେ ବସରେ ପାଖାପାଖି ୫୦ରୁ ଅଧିକ ଯାତ୍ରୀ ଥିଲେ । ଜୟପୁରରୁ ଚନ୍ଦାହାଣ୍ଡି ଯାଉଥିବା ବେଳେ ପାପଡାହାଣ୍ଡି ନିକଟରେ ଦୁର୍ଘଟଣା । ତେବେ ଦରକାର ପଡିଲେ ଦୁରୁତର ଆହତଙ୍କୁ ବ୍ରହ୍ମପୁର ଏବଂ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇପାରେ ।

ତେବେ ଘଟଣାସ୍ଥଳରେ ଓଡ୍ରାଫ ଟିମ, ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜୋରଦାର କରିଛନ୍ତି । ଖବର ପାଇ ଏସପି ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ଉଦ୍ଧାର ପାଇଁ ଫସି ରହିଥିବା ବସ ଭିତରୁ ଲୋକଙ୍କ ଚିକ୍ରାରରେ ଘଟଣାସ୍ଥଳରେ ଏକ ଭୟର ବାତାବରଣ ଖେଳିଯାଇଥିବା ସୂଚନା ମିଳିଛି ।