ମୟୂରଭଞ୍ଜ ଜାତୀୟ ରାଜପଥ ଅରବିନ୍ଦ ସ୍କୁଲ ନିକଟରେ ଦୁର୍ଘଟଣା : ବସକୁ ଧକ୍କା ଦେଲା କଣ୍ଟେନର ୩ଗୁରୁତର, ୧୦ ଆହତ

68

କନକ ବ୍ୟୁରୋ : କଂଟେନର ଧକ୍କା ଦେଲା ଯାତ୍ରୀବାହୀ ବସ । ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ଜାତୀୟ ରାଜପଥ ଅସନା ଅରବିନ୍ଦ ସ୍କୁଲ ନିକଟରେ ଘଟିଛି ଦୁର୍ଘଟଣା । ଘଟଣାରେ ୩ଜଣ ଗୁରୁତର ଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି । ମଧୁସ୍ମିତା ନାମକ ଯାତ୍ରୀବାହୀ ବସଟି ଅନୁଗୁଳରୁ ବାରିପଦା ଅଭିମୁଖେ ଯାଉଥିବା ସମୟରେ ଅସନା ଗ୍ରାମ ନିକଟ ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ସମୟରେ ଏକ ମାଲବାହୀ କଂଟେନର ପଛପଟୁ ଧକ୍କା ଦେଇଥିଲା ।

ଫଳରେ ବସଟି ରାସ୍ତା କଡକୁ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ଓ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଗୁରୁତର ଏବଂ ଆହତ ମାନଙ୍କୁ ଉଦ୍ଧାର କରି ମଣଦା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ଯାତ୍ରୀ ମାନଙ୍କୁ ବାରିପଦା ପିଆରଏମ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ବିଶୋଇ ଥାନା ପୋଲିସ ଗାଡି ଜବତ କରି ଦୁର୍ଘଟଣାର ତଦନ୍ତ ଚଳାଇଛି ।

Comments are closed.