କର୍ଣ୍ଣାଟକରେ ସ୍କୁଲବସ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୩୦

କର୍ଣ୍ଣାଟକରେ ସ୍କୁଲବସ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୩୦

କନକ ବ୍ୟୁରୋ : କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଗତକାଲି କେନାଲ୍ ମଧ୍ୟକୁ ଏକ ବସ୍ ଖସିପଡ଼ିବା ଫଳରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ୍ ଛାତ୍ର ଅଛନ୍ତି। କିନ୍ତୁ ଜଣେ ବାଳକ ବସରୁ ଡେଇଁପଡ଼ିବାରୁ ବଞ୍ଚିଯାଇଥିବା ଜଣାପଡ଼ିଛି। ଗତକାଲି ଅପରାହ୍ନ ପ୍ରାୟ ୧୨.୩୦ ସମୟରେ ପାଣ୍ଡବପୁର ତାଲୁକ୍ ସ୍ଥିତ କଙ୍ଗନମାରଦୀ ଗ୍ରାମ ନିକଟରେ କାବେରୀ ନଦୀର ଭିସି କେନାଲ୍ ମଧ୍ୟକୁ ବସ୍ଟି ଖସିପଡ଼ିଥିଲା। ଦୁର୍ଘଟଣା ଦେଖି ପ୍ରଥମେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ପରେ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଥିଲେ। ତେବେ ବସଟି ସଙ୍ଗେସଙ୍ଗେ ପାଣିରେ ବୁଡ଼ି ଯାଇଥିବାରୁ ଏବଂ ବସର ଡୋର୍ କେନାଲରେ ତଳମୁହାଁ ହୋଇ ରହିଯିବାରୁ ଲୋକଙ୍କୁ ଉଦ୍ଧାର କରିବା କଷ୍ଟଦାୟକ ହୋଇଥିଲା।

publive-imageବସ୍ ଚାଳକ ବସ୍ ମଧ୍ୟରୁ ବାହାରିବାରେ ସକ୍ଷମ ହୋଇଥିବାରୁ ପହଁରି ପହଁରି ଜୀବନ ବଞ୍ଚାଇଛନ୍ତି। ବସରେ ସମୁଦାୟ ୩୫ଜଣ ଯାତ୍ରୀ ଥିଲେ। ତେବେ ଦୁର୍ଘଟଣାର କାରଣ ଏଯାବତ୍ ସ୍ପଷ୍ଟ ଜଣାପଡ଼ିନାହିଁ। କର୍ଣ୍ଣାଟକ ଉପମୁଖ୍ୟନ୍ତ୍ରୀ ଜି ପରମେଶ୍ବର କହିଛନ୍ତି ଯେ ଚାଳକଙ୍କ ଭୁଲ୍ ହେତୁ ଏତେବଡ଼ ଦୁର୍ଘଟଣା ଘଟିଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ସଙ୍ଗେ ସଙ୍ଗେ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇବା ପାଇଁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉକ୍ତ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe