କନକ ବ୍ୟୁରୋ: ପୁଣି ଓଲଟିଲା ପ୍ରବାସୀ ଶ୍ରମିକଙ୍କ ବସ । ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୪୦ରୁ ଅଧିକା ଯାତ୍ରୀ ଆହତ ହୋଇଛନ୍ତି ।
ତେବେ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ବସ୍ ଦୁର୍ଘଟଣାରେ ଆହାତ ହୋଇଥିବା ୪୦ ଯାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କୁ ଜଳେଶ୍ୱର ମେଡ଼ିକାଲରେ ଭର୍ତି କରାଯାଇଛି । ବସଟି କେରଳରୁ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ମଙ୍ଗଳକୁଟ ଏବଂ ବୀରଭୁମୀ ଥାନା ଅଞ୍ଚଳକୁ ଯାଉଥିଲା । ମଙ୍ଗଳକୁଟର ୩୦ ଜଣ ଏବଂ ବୀରଭୁମିର ୧୦ ଜଣ ଅଛନ୍ତି । କେବଳ ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଏହି ଭଳି ଅନେକ ଅଘଟଣ ସାମ୍ନାକୁ ଆସିଛି ଯାହା ପ୍ରବାସୀଙ୍କ ଚିନ୍ତା ବଢାଇଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/17-10.jpg)