ଯାତ୍ରୀଙ୍କ ଜୀବନ ସହ ଖେଳ! ଡ୍ରାଇଭର ବଦଳରେ ହେଲପର ଚଳାଉଥିଲେ ଗାଡି, ଭାରସାମ୍ୟ ହରାଇ କଟକ ଯାଉଥିବା ବାଟରେ ଓଲଟି ପଡିଲା ବସ୍

Advertisment
ଯାତ୍ରୀଙ୍କ ଜୀବନ ସହ ଖେଳ! ଡ୍ରାଇଭର ବଦଳରେ ହେଲପର ଚଳାଉଥିଲେ ଗାଡି, ଭାରସାମ୍ୟ ହରାଇ କଟକ ଯାଉଥିବା ବାଟରେ ଓଲଟି ପଡିଲା ବସ୍

କନକ ବ୍ୟୁରୋ: ଯାଜପୁର ଜିଲ୍ଳା ଧର୍ମଶାଳା ଥାନା ଅଧୀନସ୍ଥ ବନ୍ଧଡିହ ମଠସାହି ନିକଟରେ ଆଜି ସକାଳେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଛି। ଏହି ବସରେ ବସିଥିବା ୨୫ଜଣ ଯାତ୍ରୀଙ୍କ ମଧ୍ୟରୁ ୭ଜଣ ଯାତ୍ରୀ ଏଥିରେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ତେବେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କି, ବସ୍ ଚାଳକ ଗାଡି ଚଲାଇବା ବଦଳରେ ହେଲପର ଗାଡି ଚଳାଉଥିଲେ । ଏହି କଥା ଜଣାପଡ଼ିବା ପରେ ଯାତ୍ରୀ ଓ ସ୍ଥାନୀୟଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। କିଭଳି ୨୫ଜଣ ଯାତ୍ରୀଙ୍କ ଜୀବନ ସହିତ ଖେଳି ହେଲପର ଗାଡ଼ି ଚଳାଉଥିଲେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

publive-image

ଆଜି ସକାଳୁ ଯାତ୍ରୀବାହୀ ଗୁଗୁଲି ବସ୍ ୨୫ଜଣ ଯାତ୍ରୀଙ୍କୁ ନେଇ ଗୋଳକୁଣ୍ଡରୁ କଟକ ଅଭିମୁଖେ ଯାଉଥିଲା। ଏହି ସମୟରେ ବନ୍ଧଡିହ ମଠସାହି ନିକଟରେ ଥିବା ଆବୁଡ଼ାଖାବୁଡ଼ା ରାସ୍ତାରେ ବସ୍ଟି ଭାରସାମ୍ୟ ହରାଇ ଥିଲା। ବସ୍ ଚାଳକ ବଦଳରେ ହେଲପର ଗାଡ଼ି ଚଳାଉଥିବାରୁ ଯେତେ ଚେଷ୍ଟା କରିଥିଲେ ହେଁ ସେ ବସ୍କୁ ନିୟନ୍ତ୍ରଣକୁ ଆଣି ପାରି ନଥିଲେ। ଶେଷରେ ଗୁଗୁଲି ବସ୍ଟି ତଳକୁ ଓଲଟି ପଡ଼ିଥିଲା।

publive-image

ବସ୍ ଓଲଟି ପଡ଼ିବା ପରେ ବସ୍ ଭିତରେ ଥିବା ୨୫ଜଣ ଯାତ୍ରୀ ଭୟରେ କାନ୍ଦ ବୋବାଳି ଆରମ୍ଭ କରି ଦେଇଥିଲେ। ସ୍ଥାନୀୟଲୋକ ବସ୍ ଓଲଟିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବା ସହିତ ପାଣି ପିଇବାକୁ ଦେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଡକାଇ ୭ ଜଣ ଗୁରୁତର ଆହତ ଯାତ୍ରୀଙ୍କୁ ସ୍ଥାନୀୟଲୋକେ ଧର୍ମଶାଳା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe