ଚରମ୍ପା ତ୍ରିଶଳାପୁର ଛକ ନିକଟରେ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡିଲା ଯାତ୍ରୀବାହୀ ବସ୍ । ୧୦ ଆହତ, ଭଦ୍ରକ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି

133

କନକ ବ୍ୟୁରୋ: ଭଦ୍ରକର ୧୬ ନମ୍ୱର୍ ଜାତୀୟ ରାଜପଥର ତ୍ରିସଲ୍ ପୁର ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଛି। ଦୁର୍ଘଟଣା ପରେ ଏଥିରେ ଥିବା ୧୧ ଯାତ୍ରୀ ଆହତ ହୋଇଛନ୍ତି।

ଆହତଙ୍କୁ ଭଦ୍ରକ ଅଗ୍ନିଶମ ବାହିନୀ ଓ ଭଦ୍ରକ ଗ୍ରାମାଂଚଳ ପୁଲିସ ଘଟଣାସ୍ଥଳରୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି। ସୋନୁ ମୁନୁ ନାମକ ଏହି ଯାତ୍ରୀବାହୀ ବସ୍ ଟି ବାଲେଶ୍ଵରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି।