କନକ ବ୍ୟୁରୋ : ଗଞ୍ଜାମ ଓ ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଓଲଟିଛି ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍ । ଦୁର୍ଘଟଣାରେ ୪୦ ଯାତ୍ରୀ ଆହତ ଓ ୬ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ବର୍ଷର ଶେଷ ଦିନରେ ଯାଜପୁର ଦଶରଥପୁର ପଟନ୍ନା ଗାଁରୁ ୬୦ରୁ ଅଧିକ ଯାତ୍ରୀ ଗଜପତି ଜିଲ୍ଲା ଜିରାଙ୍ଗ ଓ ଖସଡ଼ା ଜଳପ୍ରପାତ ବୁଲିବାକୁ ଯାଇଥିଲେ । ସେଠାରେ ପିକନିକ୍ ମନାଇବା ପରେ ଯାଜପୁର ଅଭିମୁଖେ ବାହାରିଥିଲା ବସ । କିନ୍ତୁ ତପ୍ତପାଣି ଘାଟି ବେଲଗଡ଼ ଗ୍ରାମ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତି କରାଯାଇଥିଲା । ଆଉ ୬ ଗୁରୁତରଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଫାଣ୍ଡି ଅଧିକାରୀ, ମୋହନା ଅଗ୍ନିଶମ ବାହିନୀ, ସାନଖେମୁଣ୍ଡି ଅଗ୍ନିଶମ ବାହିନୀ, ମୋହନା ଥାନା ଅଧିକାରୀ, ପାଟପୁର ଥାନା ଅଧିକାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇଥିଲା ।
ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟିରେ ଓଲଟିଲା ପର୍ଯ୍ୟଟକ ବସ୍ । ୬ ଗୁରୁତର
/kanak/media/post_attachments/wp-content/uploads/2023/12/WhatsApp-Image-2023-12-31-at-5.39.15-PM.jpeg)