ଜାମ୍ମୁକାଶ୍ମୀରରେ ୩୦୦ ମିଟର ତଳକୁ ଖସିଲା ଯାତ୍ରୀବାହି ବସ ! ୧୭ ମୃତ, ୧୬ ଆହତ, ବସ୍ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଘଟିଲା ଦୁର୍ଘଟଣା ।

25

କନକ ବ୍ୟୁରୋ : ୩୦୦ ମିଟର ଉଚ୍ଚରୁ ତଳକୁ ଖସିଲା ବସ୍ । ନଦୀରେ ଖସିପଡିଲା ଯାତ୍ରୀବାହି ବସ୍ । ଏହି ଘଟଣାରେ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ୧୧ ଜଣ ଗୁରୁତର ଆହତଙ୍କୁ ଜମ୍ମୁ ହସ୍ପିଟାଲରେ ଭର୍ତି କରାଯାଇଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜମ୍ମୁକଶ୍ମୀରର କିଶତ୍ୱାଡ ଅଞ୍ଚଳରେ । ସୂଚନା ଅନୁଯାୟୀ ଯାତ୍ରୀବାହି ବସଟି କିଶତ୍ୱାଡରୁ କେସବାନକୁ ଯାଉଥିବା ବେଳେ ବସଟି ଭାରସାମ୍ୟ ହରାଇ ଓଲଟିପଡି ଚେନାବ ନଦୀକୁ ଖସିପଡିିଥିଲା । ଘଟଣାସ୍ଥଳରେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ତେବେ ଘଟଣାସ୍ଥଳରେ କେତେଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କେତେକଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେପଟେ ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ଗୁରୁତର ଆହତଙ୍କୁ ଜମ୍ମୁ ହସ୍ପିଟାଲରେ ଭର୍ତି କରାଯାଇଛି । ଏହି ଘଟଣାକୁ ନେଇ ପ୍ରଶାସନ ଶୋକ ପ୍ରକାଶ କରିଥିବା ବେଳେ ମୃତକଙ୍କ ପରିବାରଙ୍କୁ ୫ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।