ଓଲଟିଲା ଯାତ୍ରବାହୀ ବସ୍ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ, ଅନେକ ଗୁରୁତର

ଓଲଟିଲା ଯାତ୍ରବାହୀ ବସ୍ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ, ଅନେକ ଗୁରୁତର

କନକ ବ୍ୟୁରୋ : ଭୁବନେଶ୍ୱରରୁ କଟକ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଗୋପାଳପୁର ନିକଟରେ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଚନ୍ଦନ ନାମକ ଏକ ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧୦ ରୁ ଅଧିକ ଯାତ୍ରୀ ଆହାତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଖବର ପାଇଁ ଉଦ୍ଧାରକାର ଦଳ ଘଟଣା ସ୍ଥଳରେ ପହଂଚିଛନ୍ତି । ବସର ଝରକା ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe