ବଡମ୍ବାରୁ ବଲାଙ୍ଗିର ଯାଉଥିବା ଶ୍ରୀରାମ ବସ୍ ଦୁର୍ଘଟଣାଗ୍ରସ୍ତ : ୧୨ଆହତ, ୭ ଗୁରୁତର

98

କନକ ବ୍ୟୁରୋ : କଟକ ବଡମ୍ବାରୁ ବଲାଙ୍ଗିର ଯାଉଥିବା ଶ୍ରୀରାମ ବସ୍ ବଲାଙ୍ଗିର ପୁଇଁତଳା ନିକଟରେ ଦୁର୍ଘଟଣାଗ୍ରସ୍ତ । ୧୨ ଯାତ୍ରୀ ଆହତ,୭ ଗୁରୁତର  । ବସଟି ଭାରସାମ୍ୟ ହରାଇ ରାସ୍ତା କଡରେ ଠିଆହୋଇଥିବା ଲୁହା ବୋଝେଇ ଟ୍ରକକୁ ପଛପଟରୁ ଧକ୍କା ଦେଇଥିଲା । ଫଳରେ ବସ୍ ବାମ ପାଶ୍ୱ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି ।

ତେବେ ଦୁର୍ଘଟଣା ଘଟିବା ମାତ୍ରେ ସ୍ଥାନୀୟ ଲୋକ ଓ ପୋଲିସ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଆହତଙ୍କୁ ବଲାଗିଂର ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି ।  ବସରେ ୩୦ରୁ ଅଧିକ ଯାତ୍ରୀ ଥିଲେ ଓ ସମସ୍ତେ ବଲାଙ୍ଗିର ଆସୁଥିଲେ । ତେବେ ବଲାଙ୍ଗିର ସହର ନିକଟରେ ବସ୍ ପହଂଚିି ସାରିଥିବା ବେଳେ ଆଉ ମାତ୍ର କିଛି ବାଟ ପରେ ଲୋକ ଓହ୍ଲାଇଥାନ୍ତେ । ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଲା ବୋଲି ଯାତ୍ରୀ ମାନେ କହିଛନ୍ତି ।

ଅନ୍ୟପଟେ, ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ବସ-ଟ୍ରକ୍ ମୁହାଁମୁହିଁ ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ରାତି ପ୍ରାୟ ୨ଟା ବେଳେ ଘଟିଛି ଏହି ଦୁର୍ଘଟଣା । ଏକ ଆଳୁ ବୋଝେଇ ଟ୍ରକ୍ ଖରାପ ହେବାରୁ ରାସ୍ତା ପାଖରେ ଛିଡା ହୋଇଥିଲା । କୋଲକାତାରୁ ଭୁବନେଶ୍ୱର ଯାଉଥିବା ଡଲଫିନ୍ ବସ୍ ପଛପଟୁ ଟ୍ରକକୁ ପିଟିବା ପରେ ପୁଣି କୋଲକାତାରୁ ପୁରୀ ଯାଉଥିବା ପରମେଶ୍ୱର ବସକୁ ଧକ୍କା ଦେଇଥିଲା ।