କନକ ବ୍ୟୁରୋ: ବଲାଙ୍ଗିର ଭାଗିରଥି ଛକ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦିଲଦାର ଓ କିଙ୍ଗଫିସର ବସ ମଧ୍ୟରେ ଦୁର୍ଘଟଣା ଘଟିବାରୁ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ବସ ନବରଙ୍ଗପୁରରୁ ଆସୁଥିବାବେଳେ ଗୋଟିଏ ବସ ଅନ୍ୟଟିକୁ ଓଭରଟେକ୍ କରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

Advertisment