କନକ ବ୍ୟୁରୋ : ଗଂଜାମରୁ ସୁରଟକୁ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ , ଛତିଶଗଡରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଶ୍ରମିକଙ୍କୁ ନେଇ ଯାତ୍ରୀବାହୀ ବସ ଯାଉଥିବା ସମୟରେ ତାକୁ ଧକ୍କା ଦେଇଥିଲା ଦ୍ରୁତଗାମୀ ଟ୍ରକ । ଘଟଣା ସ୍ଥଳରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

Advertisment

ଗଂଜାମ ଜିଲ୍ଲାରୁ ଶ୍ରମିକଙ୍କୁ ସୁରଟ ନେଇ ଯାଉଥିବା ସମୟରେ ଏହି ବସଟି ଛତିଶଗଡର ରାୟପୁରର ଚେରିଖେଡି ଅଂଚଳରେ ଏହି ଦୁର୍ଘଟଣା ଘଟିଛି । ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି । ବସ୍ ରେ ପ୍ରାୟ ୫୦ ଜଣ ଶ୍ରମିକ ସୁରଟ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।