ଶିଶୁପାଳଗଡ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ: ୧୮ ଆହତ, ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତି କଲା ପୋଲିସ

Advertisment
ଶିଶୁପାଳଗଡ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ: ୧୮ ଆହତ, ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତି କଲା ପୋଲିସ

କନକ ବ୍ୟୁରୋ : ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି । ପ୍ରତ୍ୟେକ ସମୟରେ ଏପରି ଦୁର୍ଘଟଣାରେ ଅନେକ ବହୁମୂଲ୍ୟ ଜୀବନ ମଧ୍ୟ ଚାଲିଯାଉଛି । ତେବେ ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ କଟକ-ପୁରୀ ବାଇପାସ୍ ରାସ୍ତାର ଶିଶୁପାଳଗଡ଼ ମହୋତ୍ସବ ପଡ଼ିଆ ନିକଟରେ ଏକ ସିଟି ରାଇଡ୍ ବସ୍ ଓଲଟି ପଡ଼ିବାରୁ ସେଥିରେ ଥିବା ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ବଡ଼ଦା’ ହସ୍ପିଟାଲ୍, ବିଏମସି ଏବଂ କ୍ୟାପିଟାଲ୍ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

publive-imageଶିଖରଚଣ୍ଡୀରୁ ୧୮ ଜଣ ଶ୍ରମିକ କାମ କରିବାକୁ ପିପିଲି ଯାଉଥିବା ବେଳେ ବସର ପଛ ଚକା ଫାଟିଯିବାରୁ ତାହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଆହତ ଶ୍ରମିକମାନଙ୍କୁ ୩ଟି ୧୦୮ ଆମ୍ବୁଲାନ୍ସ୍ ଓ ୩ଟି ପିସିଆର୍ ଭ୍ୟାନ୍ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଦୁର୍ଘଟଣାରେ କେହି ଗୁରୁତର ଆହତ ହୋଇ ନଥିବା ସୂଚନା ମିଳିଛି । ତେବେ ଖବର ପାଇବା ପରେ ସ୍ଥାନୀୟ ଅଚଂଳରେ ରହୁଥିବା ଲୋକମାନେ ଘଟଣାସ୍ଥଳରେ ପହଚିଂ ଲୋକମାନଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ବସରେ ଚକ ଫାଟିଯିବାରୁ ପେରି ଦୁର୍ଘଟଣା ହୋଇଛି । ବସରେ କେତେ ଯାତ୍ରୀଥିଲେ ଏବଂ କ୍ଷମତାଠାରୁ ଅଧିକ ଯାତ୍ରୀ ଥିଲେ କି ନାହିଁ ତାହାର ସୂଚନା ମିଳିପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe