କନକ ବ୍ୟୁରୋ: ରାସ୍ତାରେ ଓଲଟିଲା ବସ୍ । ଯାତ୍ରୀ ନେଇ ଯାଉଥିବା ବେଳେ ରାସ୍ତା କଡକୁ ଓଲଟିପଡିଲା । ଲହୁଣିପଡା ବରସୁଆଁ ଠାରେ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।
ତେବେ ରାସ୍ତାରେ ଭାରସାମ୍ୟ ହରାଇ ବସ୍ ଓଲଟିପଡିଥିବା ସନ୍ଦେହ କରାଯାଉଛି । ରାସ୍ତା କାମ ଚାଲୁଥିବା କିମ୍ବା ରାସ୍ତା ଖରାପ ଥିବା କାରଣରୁ ଦୁର୍ଘଟଣା ହୋଇଥିବା ସୂଚନା ମିଳୁଛି । ରାଉରକେଲାରୁ ବଡବିଲ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍ ।
Follow Us