ଥମୁନି ସାମ୍ବାଦିକଙ୍କ ଉପରେ ଆକ୍ରମଣ । ପୁଣି ଉତ୍ତରପ୍ରଦେଶରେ ଜଣେ ସାମ୍ବାଦିକ ଓ ତାଙ୍କ ପତ୍ନୀଙ୍କୁ ରାସ୍ତାରେ ପିଟି ପିଟି ନିର୍ମମ ହତ୍ୟା

376

କନକ ବ୍ୟୁରୋ : ଆକ୍ରୋସରେ ଶିକାର ହେଉଛନ୍ତି ଖବରଦାତା । ଏକଥା ବହୁ ବର୍ଷ ଧରି ଚାଲିଆସୁଥିଲେ ବି ବିଗତ ୬ ବର୍ଷ ମଧ୍ୟରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ସୀମା ଲଙ୍ଘିବାରେ ଲାଗିଛି । ସେ ଗୌରୀ ଲଙ୍କେଶ ହୁଅନ୍ତୁ କି ଗୋବିନ୍ଦ ପାନସାର । ସେ ରିପବ୍ଲିକ ଟିଭିର ଅର୍ଣ୍ଣବ ଗୋସ୍ୱାମୀ । ଆକ୍ରୋସରୁ କେହି ବି ବାଦ ପଡି ନାହାନ୍ତି । କିଛି ସାମ୍ବାଦିକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଉଛି ତ କିଛି ଙ୍କୁ ଆଇନର ଜାଲରେ ଫସାଇ ଜେଲରେ ରଖା ଯାଉଛି । ଏଭଳି ସ୍ଥତିରେ ଏବେ ଉତ୍ତରପ୍ରଦେଶରୁ ଆସିଥିବା ଖବର ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଉତ୍ତରପ୍ରଦେଶର ସୋନଭଦ୍ର ଠାରେ ଜଣେ ସାମ୍ବାଦିକ ଓ ତାଙ୍କ ପତ୍ନୀଙ୍କୁ ଦୁର୍ବୃତ୍ତ ମାନେ ପିଟି ପିଟି ହତ୍ୟା କରିଛନ୍ତି ।
ସୂଚନା ମୁତାବକ ସାମ୍ବାଦିକ ଉଦୟ ପାଶ୍ୱାନ ଓ ତାଙ୍କ ପତ୍ନୀ ଶତଳା ଉଭୟ ହିନ୍ଦି ଖବରକାଗଜ ନ୍ୟାସନାଲ ହେରାଲ୍ଡର ସ୍ଥାନୀୟ ପ୍ରତିନିଧି ଭାବେ କାମ କରୁଥିଲେ । କୌଣସି ଘଟଣାକୁ ନେଇ ଜଣେ ପୂର୍ବତନ ଗ୍ରାମ ମୁଖିଆଙ୍କ ସହ ବିବାଦ ଚାଲିଥିଲା । ଏନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀ କୋନେ ଥାନାରେ ସୁରକ୍ଷା ପାଇଁ ଆବେଦନ କରି ଫେରୁଥିବା ବେଳେ ପୂର୍ବତନ ଗ୍ରାମ ମୁଖିଆ କେବଳ ପାଶ୍ୱାନ ଓ ଅନ୍ୟକିଛି ଲୋକ ମିଶି ରାସ୍ତାରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ସାମ୍ବାଦିକ ସ୍ୱାମୀ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଶୀତଳାଙ୍କର ବାରଣାଶୀର ଏକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏହି ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ପୋଲିସ ଗିରଫ୍ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ କେବଳ ପାଶ୍ୱାନ ଫେରାର୍ ହୋଇଯାଇଛନ୍ତି । କର୍ତ୍ତବ୍ୟରେ ଅବହେଳା ଯୋଗୁଁ ରାଜ୍ୟସରକାର ୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ।
କୌଣସି ଏକ ଘଟଣାକୁ ନେଇ ସାମ୍ବାଦିକ ଉଦୟ ଓ ଗ୍ରାମ ମୁଖିଆ କେବଳଙ୍କ ମଧ୍ୟରେ ବିବାଦ ରହିଥିଲା । ଏନେଇ ନିଜକୁ ଅସୁରକ୍ଷିତ ମଣି ଉଭୟ ସ୍ୱାମୀ ଓ ସ୍ତ୍ରୀ ସ୍ଥାନୀୟ କୋନେ ଥାନାରେ ନିଜର ସୁରକ୍ଷା ପାଇଁ ଆବେଦନ କରି ଫେରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଗ୍ରାମ ମୁଖିଆ ଓ ତାଙ୍କର ସହଯୋଗୀ ମାନେ ସେମାନଙ୍କୁ ଠେଙ୍ଗା ଓ ଲୁହା ରଡରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ବିଚ୍ ରାସ୍ତାରେ ଚାଲିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାରେ ସକ୍ଷମ ହୋଇନଥିଲେ । କର୍ତ୍ତବ୍ୟରେ ଅବହେଳା ପାଇଁ ୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ କେବଳ ପାଶ୍ୱାନର ସ୍ତ୍ରୀ , ପୁଅ ଓ ୩ ଜଣ ସହଯୋଗୀଙ୍କୁ ଗିରଫ୍ କରିବାରେ ସଫଳ ହୋଇଛି ପୋଲିସ ।