କନକ ବ୍ୟୁରୋ : ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍ । ଅଳ୍ପକେ ବର୍ତିଲେ ଡ୍ରାଇଭର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥ ଉପରେ ଠିଆ ହୋଇଥିବା ଏକ ଟ୍ରକ୍ରେ ହଠାତ୍ ନିଅାଁ ଲାଗିଯାଇଛି ର ଡ୍ରାଇଭର ଜଣକ ଟ୍ରକରୁ ଓହ୍ଲାଇ ନିଜ ଜୀବନ ବଞ୍ଚାଇଛନ୍ତି ।
ଖବର ପାଇ ଦମକଳ ବାହିନୀ ନିଅାଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡରେ ଟ୍ରକର ଆଗପଟ ସମ୍ପୂର୍ଣ୍ଣ ଜଳିଯାଇଛି । ରିମୁଳିରୁ ଯୋଡ଼ା ଯାଉଥିବା ଟ୍ରକଟି ରାସ୍ତା ଉପରେ ଅଟକି ରହିଥିଲା । ହେଲେ ନିଅାଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।